![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ ଶିଶୁ ଚିକିତ୍ସିତ ହେଉଥିଲା । ଏବେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଦ୍ୱିତୀୟ କରୋନା ଆକ୍ରାନ୍ତ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ୍ ଓ୍ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ଆଜିଥିବା ସ୍ୱାବ୍ ରିପୋର୍ଟରେ ସେ ପଜିଟିଭ ବାହାରିଛି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ।
![](https://i0.wp.com/kalingajyoti.com/wp-content/uploads/2020/07/29orisishu.jpg?resize=584%2C395)
ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଜଣେ ‘କରୋନା’ ରେ ଆକ୍ରାନ୍ତ ହୋଇଥିଲା। ଏହା ପରେ ଅନ୍ୟମାନଙ୍କ ରକ୍ତ ଓ ସ୍ୱାବ ଟେଷ୍ଟ କରାଯାଇଥିଲା। ରିପୋର୍ଟରେ କରୋନା ଆସିବା ପରେ ମେଡିକାଲ୍କୁ ସାନିଟାଇଜ୍ କରାଯାଇଥିଲା। ଏହାଛଡ଼ା କେତେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ରଖାଯାଇଥିଲା।
![](https://kalingajyoti.com/wp-content/uploads/2020/07/1594061325_sishubhavan01final.jpg)