![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/j5uj43u67.jpg?resize=446%2C334)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ବାଲେଶର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
![](https://kalingajyoti.com/wp-content/uploads/2020/07/rtwyhtrw.jpg)
କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୀଳଗିରି ବିଧାୟକ ନାୟକଙ୍କ ସହ ମିଶି ଗତ ୨ ଓ ୩ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରି କି ବାଲେଶ୍ୱର ସଦର ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥିଲେ। ବିଧାୟକ ନାୟକ କରୋନା ପଜିଟିଭ ଚିହ୍ନଟ ହେବାପରେ ଗତ ୬ତାରିଖଠାରୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୂଆଦିଲ୍ଲୀସ୍ଥିତ
![](https://i0.wp.com/kalingajyoti.com/wp-content/uploads/2020/07/bc8b3e83-f1d3-4fca-9dde-e17bc602e0ba-962x1024.jpg?resize=962%2C1024)
ସରକାରୀ ବାସଭବନରେ ସଙ୍ଗରୋଧରେ ଥିଲେ। ଗୁରୁବାର ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ଦିଲ୍ଲୀ ଏମ୍ସରେ ପରୀକ୍ଷା କରାଯାଇଥିଲା।