କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ SOP ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(BMC)।
ଏହି SOPରେ କୁହାଯାଇଛି, ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ବ୍ୟକ୍ତି ବସ୍ତି ବାସିନ୍ଦା ହୋଇ ନ ଥିବେ ଓ ଘରେ ଆଇସୋଲେସନ୍ ସୁବିଧା ଥିବା ନିହାତି ଜରୁରୀ। ସେଲ୍ଫ ଆଇସୋଲେସନରେ ରହିବା ନେଇ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ। ଆବଶ୍ୟକ ସ୍ଥଳେ BMC ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅନୁମତି ଦେବା ଜରୁରୀ ରହିଛି।
HIV କିମ୍ବା କ୍ୟାନ୍ସର ପୀଡ଼ିତ ହୋଇଥିଲେ ହୋମ୍ ଆଇସୋଲେସନକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ କିମ୍ବା ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀମାନେ ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ମଧ୍ୟ ସର୍ତ୍ତ ରଖାଯାଇଛି। ଡାଇବେଟିସ୍ ଆଦି ରୋଗ ଥିଲେ ହୋମ୍ ଆଇସୋଲେସନ ପାଇଁ ବିଏମ୍ସି କର୍ତ୍ତୃପକ୍ଷଙ୍କ ଅନୁମତି ଜରୁରୀ ରହିଛି।