କଳିଙ୍ଗ ଜ୍ୟୋତି ପୁରୀ ୨୫/୦୬-: ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। କରୋନା ଭାଇରସ ଗାଇଡଲାଇନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଡ଼ପ ଅବଢ଼ା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ବହୁ ପ୍ରତୀକ୍ଷିତ ଆଡ଼ପ ଅବଢ଼ା କାଲିଠାରୁ ମିଳିବ। ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କୁ ବିଜେ କରାଯାଇଛି। ମହାପ୍ରଭୁଙ୍କର ଆଡ଼ପ ବିଜେ ଶୃଙ୍ଖଳିତ ଭାବେ ହେବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତାକାଲି ଠାରୁ ଶ୍ରୀଗୁଣ୍ଡିଚାମନ୍ଦିରରେ ଆଡ଼ପ ଅବଢ଼ା ମିଳିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥି ପାଇଁ ଟୋକନ ବ୍ୟବସ୍ଥା ହେବ। ମହାପ୍ରଭୁଙ୍କ ନୀତି ଓ କୋଭିଡ କଟକଣାକୁ ନେଇ ଆସନ୍ତାକାଲି ଛତିଶାନିଯୋଗର ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।