![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ କଲକାତା ୧୫/୦୭: କରୋନା ସଂକ୍ରମଣରେ ପଶ୍ଚିମବଙ୍ଗ ହୁଗୁଳି ଜିଲା ଚନ୍ଦନନଗର ସବଡିଭିଜନର ଉପଜିଲାପାଳ ଦେବଦତ୍ତା ରାୟ (୩୮)ଙ୍କର ମୃତ୍ୟୁ ହୋଇଛି। ଦେବଦତ୍ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ସେ ହୋମ୍ କ୍ବାରେଣ୍ଟାଇନରେ ଥିଲେ। ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସେରାମପୋରସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/c2210dbe-2a05-40d3-9e37-28d8aece2c4c.jpg?resize=535%2C370)
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପଶ୍ଚିମବଙ୍ଗ ପ୍ରଶାସନିକ ସେବାର ଏହି ଅଧିକାରୀ ପ୍ରବାସୀ ଶ୍ରମିକଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ନେବା ଦାୟିତ୍ବରେ ଥିଲେ। ଦେବଦତ୍ତାଙ୍କର ଘରେ ସ୍ବାମୀ ଓ ୪ବର୍ଷର ପୁଅ ଅଛନ୍ତି।