ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଲେହ ଗସ୍ତ : ଭାରତୀୟ ସେନାର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜନାଥ ସିଂହ
ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିବସୀୟ ଲେହ ଯାତ୍ରାରେ ପହଁଞ୍ଚିଛନ୍ତି। ଲେହର ସ୍ଥାକନାରେ ସେନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜପାଥ। ସ୍ଥାକନାରେ ଭାରତୀୟ ସେନାର ଖାସ୍ କାର୍ଯ୍ୟକ୍ରମ ଯବାନଙ୍କୁ ପାରା ଡ୍ରପଂ ଓ ଅନ୍ୟ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେନାର ଅଧିକାରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ନିଜେ ଏକ ରାଇଫଲରୁ ଟାର୍ଗେଟ ଲଗାଉଥିବର ଦେଖିବାକୁ ମିଳିଥିଲେ।
ଶୁକ୍ରବାର ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଜରିଆରେ ଲେହ ପହଁଞ୍ଚିଥିଲେ ରାଜନାଥ। ଏହି ସମୟରେ ବହୁ ବରିଷ୍ଠ ଅଧିକାରୀ, ସିଡିଏସ୍ ଜେନେରାଲ ବିପିନ ରାଓ୍ବତ ଓ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ମଧ୍ୟ ତାଙ୍କ ସହିତ ଥିଲେ। ସ୍ଥାକନା ପହଁଞ୍ଚିବା ମାତ୍ରେ ରାଜନାଥ ସେଠାରେ ସେନାର ଅଫିସରଙ୍କ ସହିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେନାର ଅଧିକାରୀଙ୍କ ସହିତ ରାଜନାଥ ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହାଛଡା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେନାକର୍ମୀ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଥିଲେ। ଲେହର ଦୁର୍ଗମ ଅଞ୍ଚଳରେ ରାଜନାଥଙ୍କ ଏହି ଗସ୍ତରେ ସେନାର ଯବାନ ନିଜ ଶକ୍ତିର ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଥିଲେ।