କୋଭିଡ ଯୋଦ୍ଧା ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା : ସ୍ଵତନ୍ତ୍ର ରିଲିଫ୍‌ କମିଶନର

0 555
greentech

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଅଙ୍ଗନଓ୍ବାଡି ଓ ଆଶାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କାର୍ଯ୍ୟରତ ସମୟରେ କୌଣସି ଅଙ୍ଗନୱାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ଭତ୍ତା ପ୍ରାଦନ କରାଯିବ। ମୃତ ଯୋଦ୍ଧାଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ଭତ୍ତା ଦିଆଯିବ। ତାଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଏବଂ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.

4 × five =

error: Content is protected !!
Open chat