କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭ : କରୋନା ଭାଇରସ ଯୋଗୁ ଆଇପିଏଲ ୨୦୨୦ ଅନିଶ୍ଚିତତା ଭିତରେ ରହିଥିଲା । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ର ସୂଚନା ଅନୁସାରେ ଏହି ମ୍ୟାଚ ଗୁଡିକ ଭାରତ ଭିତରେ ଖେଳ। ନଯାଇ ୟୁଏଇରେ ରେ ଆୟୋଜନ କରାଯିବ ।
ଭାରତରେ ଲଗାତାର କରୋନା ଭାଇରସର ସଙ୍କଟ ବଢିବଢି ଚାଲିଥିବାରୁ ବିସିସିଆଇ ଏହିପରି ଫଇସଲା ନେଇଛି । ସୂଚନା ଅନୁସାରେ ବିସିସିଆଇ ଆଇପିଏଲ ମ୍ୟାଚ୍ ର ଖେଳ ଶୁଚି ତିଆରି କରି ସାରିଲାଣି । ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବ ଓ ନଭେମ୍ବର ୬ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।
ଆଇପିଏଲ ମ୍ୟାଚର ଖେଳ ଶୁଚି ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବା । ବିସିସିଆଇ ସୂଚନା ମୁତାବକ ଆଇପିଏଲ ମ୍ୟାଚ ୟୁଏଇରେ ରେ ଖେଳାଯିବା ପାଇଁ ମଞ୍ଜୁର ପ୍ରଦାନ କରିଛି । ଏହା ଦୁତୀୟା ଥର ଆଇପିଏଲ ମ୍ୟାଚ ୟୁଏଇରେ ରେ ଖେଳ ହେବାକୁ ଯାଉଛି ,ଏହା ପୂର୍ବରୁ ୨୦୧୪ ମସିହାରେ ଖେଳ ଯାଇଥିଲା ।
ଦୁବାଇ ସ୍ପୋଡ୍ସ ସିଟିର ଅଧକ୍ଷ ସଲମାନ ହନିଫ କ୍ଷେତ୍ରୀୟ ନିଉଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍କାରରେ ଏହି କଥାର ପୃଷ୍ଟି କରିଛନ୍ତି ଯେ ୟୁଏଇରେ ଆଇପିଏଲ ମ୍ୟାଚ୍ ର ଆୟୋଜନ କରିବା ପାଇଁ ଆରମ୍ଭ କରି ଦେଇଛି। ସଲମାନ ହନିଫ କହିଛନ୍ତି ଯେ ଦୁବାଇ ସ୍ପୋଡ୍ସ ସିଟିରେ ଥିବା ଦୁବାଇ ଇଣ୍ଟରନେଶନାଲ ଷ୍ଟାଡିୟମ ଓ ICC ଏକାଡେମୀ ଷ୍ଟାଡିୟମ ଆଇପିଏଲ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି ।