ଦ୍ଵୈତ-ମହାନଗରୀରେ ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ : ଉମାଶଙ୍କର ଦାଶ ଭୁବନେଶ୍ଵର ଓ ପ୍ରତୀକ ସିଂହ କଟକର ଡିସିପି ଭାବେ ଦାୟିତ୍ୱ ଗ୍ରହଣ ସୋମବାର କଲେ
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆଜି ଦ୍ଵୈତ-ମହାନଗରୀ ଭୁବନେଶ୍ଵର ଓ କଟକର ନୂଆ ଡିସିପି ଦାୟିତ୍ଵ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଏବଂ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ ଏବଂ ଅଖିଳେଶ୍ଵର ସିଂହଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।
ଭୁବନେଶ୍ୱରର ନୂଆ ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍ କମିସନର୍ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ, ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ। ଠିକ ସେହିଭଳି କଟକର ନୂତନ ଡିସିପି ଭାବରେ ପ୍ରତୀକ ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କଟକ ଡିସିପି ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ, କଟକର ନୂଆ ଡିସିପି ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ। ଏଥିରେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏ ନେଇ କମିଶନରେଟ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ସିଧାପ୍ରସାରଣ କରାଯାଇଥିଲା। ଏହି ଅବସରରେ ଦୁଇ ନବ ନିଯୁକ୍ତ ଡିସିପି ଆଗାମୀ ଦିନରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ। ପୁଲିସ ସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।