କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ କର୍ଯ୍ଯରେ ବିଳମ୍ବ ଦେଖା ଦେଇଥିବା ବେଳେ ଏବେ ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।
ଆଷାଢ ଓ ଶ୍ରାବଣମାସରେ କମ ବୃଷ୍ଟିପାତଯୋଗୁ ଧାନତଳିରେ ମରୁଡି ଆସନ ଦେଖି ଦେଇଛି, ବର୍ତ୍ତମାନ ଧାନତଳି ରୋପଣ ହେବା କଥା, ହେଲେ ଚାଷଜମିରେ ପାଣି ନଥିବାରୁ ଧାନତଳି ରୋପଣ କରିବା ତ ଦୂରର କଥା ଜମିଫାଟି ଆଁ କରିଛି ତ ଆଉକେଉଁଠି ପାଣିବିନା ଧାନଗଛ ମରିଯିବାକୁ ବସିଲାଣି, ଫଳରେ ୬\୭ଖଣ୍ଡ ପଞ୍ଚାୟତର ଚାଷୀ ଘରେ ହାତବାନ୍ଧି ବସି ରହିଛନ୍ତି, କେତେକ ଚାଷୀ ଧାରଉଧାର କରି ମଟରପମ୍ପ ଦ୍ବାରା ନିଜର ଧାନକ୍ଷେତକୁ ପାଣି ମଡାଉଛନ୍ତି ତ ଆଉ କିଏ ‘ଯନ୍ତ,’ସାହାଯ୍ୟରେ ଧାନକ୍ଷେତକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି।
ଗୋଟେଏ ପଟେ କରୋନା ପାଇଁ ଦୀର୍ଘ ୪ମାସ ହେବ ଚାଷୀପରିବାର ଘରେ ବସି ରହିଥିବା ବେଳେ ଏବେ ବର୍ଷା ଅଭାବରୁ ଧାନ ବିଲ ଶୁଖିଲା ପଡିଥିବାରୁ ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।