ଭଦ୍ରକ ଜିଲ୍ଲା : କରୋନା ଟାର୍ଗେଟରେ ‘କୋଭିଡ ଯୋଦ୍ଧା’ – ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ବ୍ୟାଙ୍କ କର୍ମଚାରୀ – ଭଦ୍ରକ ସହରରେ ଘରୋଇ ବ୍ୟାଙ୍କ ସିଲ ! !
ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ଆଜି ଭଦ୍ରକ ଜିଲ୍ଲାର ‘କୋଭିଡ ଯୋଦ୍ଧା’ ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କର୍ମଚାରୀ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏନେଇ ଭଦ୍ରକ ଏସ୍ପି ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ସେହିପରି, ଭଦ୍ରକ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ, ଭଦ୍ରକ ଜିଲ୍ଲାରୁ ପୋଲିସ କର୍ମଚାରୀଙ୍କ ବ୍ୟତୀତ ଆଜି ଆଉ ୨ ଜଣ ‘କୋଭିଡ ଯୋଦ୍ଧା’ ସ୍ୱାସ୍ଥ୍ୟକର୍ମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ସହରର ଦୁଇଟି ଘରୋଇ ବ୍ୟାଙ୍କ ର କିଛି କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘରୋଇ ବ୍ୟାଙ୍କକୁ ସିଲ କରାଯାଇ ସାନିଟାଇଜ କରାଯାଇଥିବା ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଭଦ୍ରକରୁ ୪୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୨୮ ଜଣ ସୁସ୍ଥ ହୋଇଥିବାବେଳେ ୧୫୦ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ଭଦ୍ରକରେ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।