![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର ବସନ୍ତ ଧରୁଆ (୫) ଗତ କାଲି ସକାଳ ସମୟରେ କୌଣସି କାରଣରୁ ବିଲ କୁ ଯାଇଥିଲେ।ସେଠାରେ ଦଳୀୟ ଭାବେ କୁକୁର ମାନେ ଆକ୍ରମଣ କରିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/07/d3c9f5f9-505e-45ff-8d01-b68b22838e4f.jpg?resize=427%2C240&ssl=1)
ମୁଣ୍ଡ,ଛାତିଓଜଙ୍ଗ ରେ କାମୁଡି ଥିବା ବେଳେ ସେଠାରେ ହି ଶିଶୁ ଟି ଅଚେତ ହୋଇ ପଡ଼ିଥିଲା।ଗ୍ରାମର କେତେ ଜଣ ଶିଶୁ କୁ ଉଧାର କରି ନିକଟସ୍ତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ସେଠାରେ ଡାକ୍ତର ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଅତି ଜଟିଳ ଥିବାରୁ ଧର୍ମଗଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ତେବେ ଗଭୀର ଆଘାତ ଯୋଗୁଁ ଶିଶୁର ଉନ୍ନତ ଧରଣ ଚିକିତ୍ସା ଆବଶ୍ୟକ ଥିବାରୁ ଧର୍ମଗଡ଼ ଡାକ୍ତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ରେଫର କରିଥିଲେ।ତେବେ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ଓ ଅର୍ଥ ଅଭାବରୁ ଭବାନୀପାଟଣା ନେଇ ପାରି ନ ଥିବା ଶିଶୁ ମାଆ ଯଶୋଦା ପ୍ରକାଶ କରିଛନ୍ତି। ତେବେ ଶିଶୁର ସକାଳ ୯ଟା ବେଳକୁ ମୃତ୍ୟୁ ହୋଇଥିଲା।