![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗୋଡ଼ଭଞ୍ଜ। ପଂଚାୟତର ମୂର୍ତ୍ତି କାରିଗର ମାନେ ଏବେ କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ହେବ ନା ନାହିଁ ସେ ନେଇ ସନ୍ଧିହାନରେ ଅଛନ୍ତି ମୂର୍ତ୍ତି କାରିଗର, ତେଣୁ ସେମାନେ ଗଣେଶ ମୂର୍ତ୍ତି ଗୁଡିକୁ ଅଧପନ୍ତରିଆ ଭାବେ ଗଢି ଛାଡି ଦେଇଛନ୍ତି । କିଛି ରୋଜଗାର ଆଶାରେ ନିଜ ପଇସା ଖର୍ଚ କରି ମୂର୍ତ୍ତି ତିଆରି କରି ପରେ ସେଗୁଡିକୁ ବିକ୍ରି କରି ପେଟପୋଷନ୍ତି ଓ ଗୁଜୁରାଣ କରନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/dgrh.jpg?resize=1024%2C565&ssl=1)
ହେଲେ ଆଗକୁ କଣ ହେବ ? ସରକାର ଗଣେଶ ପୂଜା ପାଇଁ ଅନୁମତି ଦେବେ ବୋଲି ଆଶା ବାନ୍ଧି ବସିଛନ୍ତି ମୂର୍ତ୍ତି ଶିଳ୍ପୀ ମାନେ। ଏ ବର୍ଷ ଭଲ କିଛି ପଇସା ରୋଜଗାର ଆଶାରେ ଏହି କାରିଗରମାନେ ମୂର୍ତ୍ତି ତିଆରି କରିଛନ୍ତି, ହେଲେ ଯଦି ଗଣେଶ ପୂଜା ନ ହୁଏ ତେବେ ସେମାନଙ୍କୁ ବହୁତ ଟଙ୍କା କ୍ଷତି ସହିବାକୁ ପଡିବ, ତେଣୁ ଅଧା ରେ କାମ ବନ୍ଦ କରି ଦେଇଛନ୍ତି । ମୂର୍ତ୍ତି କାରିଗରଙ୍କ କହିବା ଅନୁଯାୟୀ ସେମାନେ କିଛି ଛୋଟ ମୂର୍ତ୍ତି ତିଆରି କରି ରଖିଛନ୍ତି ଓ ଆଶା ବାନ୍ଧିଛନ୍ତି ଯେ, କିଛି ଲୋକେ ଘରେ ପୂଜା କରିବା ପାଇଁ ସେଗୁଡିକୁ ନେବେ ବୋଲି ।