କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: ଜୁଲାଇ ୨୯:କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଏବେ ବେଶ ଆବଶ୍ୟକୀୟ ଓ ଶକ୍ତିଦାୟକ ମାଧ୍ୟମ ହୋଇଥିଲାବେଳେ ଏଥିପାଇଁ ରାଜ୍ୟସରକାର ପ୍ଲାଜବା ବ୍ୟାଙ୍କ ମାନ ସ୍ଥାପନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚତୁର୍ଥ ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ ମଧ୍ୟ କରିଛନ୍ତି ।
ପ୍ଲାଜମା ଦାନ ପାଇଁ ଲୋକଙ୍କୁ ଉସିାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ ମହିଳାଭାବେ କଟକ ଏସ୍ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଛାତ୍ରୀ ଜଣକ କରୋନାରୁ ଆରୋଗ୍ୟ ହେବାପରେ ପ୍ଲାଜମା ଦାନ କରିଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।