ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct Taxes ) ରିଟର୍ଣ୍ଣର ଶେଷ ତାରିଖ ଘୁଞ୍ଚାଇ ଦିଆଯାଇଛି। ଏବେ ଆୟକର ଦାତାମାନେ ଆଇଟି ରିଟର୍ଣ୍ଣ ସେପ୍ଟେମ୍ବର ୩୦ ସୁଦ୍ଧା ଦେଇ ପାରିବେ।
ସୂଚନାଥାଉ କି, ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିଲା। ଏହାକୁ ଏବେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହାକୁ ମିଶାଇ ୨୦୧୮-୧୯ର ଆୟକର ଦାଖଲ ଶେଷ ତାରିଖ ୩ ଥର ଘୁଞ୍ଚାଇ ଦିଆଗଲାଣି। ପ୍ରଥମେ ଆୟ କର ଭରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଥିଲା। ଏ ନେଇ ଆୟକର ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।