କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଳ୍ପ ମୂଲ୍ୟର ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ ପରୀକ୍ଷଣ ପରେ ଏହା ଗୁରୁତର ଅସୁସ୍ଥ ଥିବା କରୋନାଭାଇରସ୍ ରୋଗୀଙ୍କ ଜୀବନ ରକ୍ଷା କରିପାରିବାର କ୍ଷମତା ଥିବା ଜାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସୋନ୍ ଉତ୍ପାଦନରେ ଶୀଘ୍ର ବୃଦ୍ଧି ପାଇଁ ନିର୍ଦେଶ ଦେଇଛି । ଏହା ସହ ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।