ବିହାରର ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ବିବାଦୀୟ ନୋ ମ୍ୟାନସ୍ ଲ୍ୟାଣ୍ଡରେ ଏକ ହେଲିପ୍ୟାଡ ନିର୍ମାଣ କରୁଛି ନେପାଳ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ବାଲ୍ମିକୀ ଟାଇଗର ରିଜର୍ଭ ଫରେଷ୍ଟ ନିକଟସ୍ଥ ନୋ ମ୍ୟାନସ୍ ଲ୍ୟାଣ୍ଡରେ ନେପାଳ ସରକାର ଏକ ହେଲିପ୍ୟାଡ ନିର୍ମାଣ କାମ ହାତକୁ ନେଇଛନ୍ତି। ଏହା ସହ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୩୬୦ ଡିଗ୍ରି ସିସିଟିଭି କ୍ୟାମେରା ଲଗାଇବା କାମ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି।
![](https://i0.wp.com/kalingajyoti.com/wp-content/uploads/2020/08/images-11-1.jpg?resize=440%2C252&ssl=1)
ଏହା ପୂର୍ବରୁ ନେପାଳ ଉତ୍ତରାଖଣ୍ଡର କିଛି ଅଞ୍ଚଳକୁ ଏକତରଫା ଭାବେ ନିଜ ରାଜନୈତିକ ନକ୍ସାରେ ସ୍ଥାନିତ କରିଛି। ଯେଉଁଥିରେ ଉତ୍ତରାଖଣ୍ଡର ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରାକୁ ନିଜ ସୀମାବର୍ତ୍ତି ଅଞ୍ଚଳ ଭାବେ ଚିହ୍ନିତ କରିଛି। ତେବେ ଚୀନ କୂଟନୈତିକ ସମର୍ଥନରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏପରି ବିବାଦୀୟ ପରିସ୍ଥିତି ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଉଥିବାର ଜଣାପଡିଛି। ହେଲେ ଏହା ପଛରେ ଦେଶବାସୀ ଅଥବା କ୍ଷମତାସୀନ ପାର୍ଟିର ସମର୍ଥନ ନାହିଁ।
![](https://kalingajyoti.com/wp-content/uploads/2020/08/images-9-2.jpg)
ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପ୍ରଚଣ୍ଡଙ୍କ ସହ ରାଜନୈତିକ ଚୁକ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ପଦରେ ଓଲିଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଓଲି ପଦବୀରୁ ହଟିବାର ନାଁ ନେଉନଥିବା ବେଳେ ଏବେ ଜୋର ଜବରଦସ୍ତ ପ୍ରଧାନମନ୍ତ୍ରୀ ରହିବା ଲାଗି ଚୀନ ରାଷ୍ଟ୍ରପତିଙ୍କ ସମର୍ଥନ ମଧ୍ୟ ହାସଲ କରିଥିବା ଜଣାପଡିଛି। ଏଣୁ ଚୀନ୍ ପ୍ରରୋଚନାରେ ନେପାଳ ଭାରକୁ ଉସକାଇବା ଭଳି କାମ କରିବା ସହ ଯୁଦ୍ଧଲାଗି କ୍ଷେତ୍ର ପ୍ରସ୍ତୁତିରେ ଚୀନ୍କୁ ସହାୟତା କରୁଛି। ଭାରତ ପଡିଶାରେ ନେପାଳ ଏକ କ୍ଷୁଦ୍ର ଦେଶ ହୋଇଥିବା ବେଳେ ଦେଶବାସୀ ଭାରତ ଉପରେ ନିର୍ଭରଶୀଳ। ତେବେ ଚୀନ ସମର୍ଥନ ଲାଗି ନେପାଳ ଏବେ ଆମେରିକା ନଜରରେ ମଧ୍ୟ ପଡିଛି।