ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ଆଳିର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୂଜାର୍ଚ୍ଚନା

0 528
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଳି ୦୮/୦୮: ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ପଜିଟିଭ ଚିନ୍ହଟ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବରିଷ୍ଠ କାର୍ଯ୍ୟକର୍ତା, ଶୁଭେଚ୍ଛୁ ଓ ସମର୍ଥକଙ୍କ ତରଫରୁ ଗତ କାଲି ଆଳିର ପ୍ରସିଦ୍ଧ ଶ୍ରୀ ବରାହ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯିବା ସହ ଦୀପଦାନ କରାଯାଇଛି ।

ଶ୍ରୀ ଅମିତ ଶାହ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ ମାଧ୍ୟମରେ ଜଣାଇଥିଲେ ଯେ ,ସେ ସେମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିବାଶ୍ରୀ ଶାହ ଓ ଶ୍ରୀ ପ୍ରଧାନଙ୍କ ଆରୋଗ୍ୟ କାମନା କରି ରାଜନାଥ ସିଂହ, ରବି ଶଙ୍କର ପ୍ରସାଦଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ତଥା ଦେଶ ବିଦେଶରୁ ଅଗଣିତ ଶୁଭକାଂକ୍ଷୀଙ୍କ ଶୁଭକାମନାର ସୁଅ ଛୁଟିଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରାଚୀନ ଓ ବିଖ୍ୟାତ ଆଳି ସ୍ଥିତ ପ୍ରସିଦ୍ଧ ଶ୍ରୀ ବରାହ ଜୀଉ ମନ୍ଦିରରେ ଆଳି ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ପୂଜାର୍ଚ୍ଚନା, ହୋମଯଜ୍ଞ କରିବା ସହ ଦୀପଦାନ କରିଛଂତି । ଇତ୍ୟବସରରେ ସମର୍ଥକମାନେ ଦୀପଦାନ କରିବା ସହ ଗୃହମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଖୁବ ଜଲଦି ସୁସ୍ଥ ହୋଇ ନିଜକୁ ପୁନଶ୍ଚ ଦେଶ ସେବାରେ ନିୟୋଜିତ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଇତ୍ୟବସରରେ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ଭକ୍ତବନ୍ଧୁ ମିଶ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ଶରତ ଚନ୍ଦ୍ର ଜଗଦେବ, ଶ୍ରୀ ଚିନ୍ମୟ ପଣ୍ଡା ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରି ଦେଶର ଗୃହମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.

2 × five =

error: Content is protected !!
Open chat