ହ୍ବାଟ୍ସ ଆପ୍ କମ୍ପାନୀ ଖୁବ ଶୀଘ୍ର ମଲଟିପଲ ଡିଭାଇସ୍ ଫିଚର ଲଞ୍ଚ କରିବ – ଏକାଧିକ ଫୋନରେ ସିଙ୍କ ହୋଇପାରିବ ଚାଟ୍ ବ୍ୟାକ ଅପ୍

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ହ୍ବାଟସ୍ଆପ୍ ମଲଟିପଲ ଡିଭାଇସ୍ ସପୋର୍ଟ ଉପରେ କାମ କରାଯାଉଛି । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ, ଏହି ସ୍ପଷ୍ଟତା ମିଳିବାରେ ଲାଗିଛି ଯେ ଏହି ବୈଶିଷ୍ଟ୍ୟ କିପରି କାର୍ଯ୍ୟ କରିପାରିବ । ଅର୍ଥାତ, ବିଭିନ୍ନ ଡିଭାଇସରେ ଏକକାଳୀନ ହ୍ବାଟସ୍ ଆପ୍ ଆକାଉଣ୍ଟ୍ କିପରି ଚଲାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ହ୍ବାଟସ୍ ଆପ୍ କେବଳ ଗୋଟିଏ ଡିଭାଇସରେ ଚାଲିଥାଏ । ଆମେ ଏଠାରେ ହ୍ବାଟସ୍ ଆପ୍ ୱେବ୍ ବିଷୟରେ କହୁନାହୁଁ ।

ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷା ପାଇଁ ହ୍ବାଟସ୍ ଆପ୍ ଡେସ୍କଟପ୍ ବ୍ୟବହାର କରାଯାଇଛି। ବିଭିନ୍ନ ଡିଭାଇସ୍ ସହିତ ସିଙ୍କ୍ କରିବାକୁ ହ୍ବାଟ୍ସ ଆପ୍ ଚାଟ୍ ପାଇଁ ଏକ ୱାଇଫାଇ ସଂଯୋଗ ଆବଶ୍ୟକ ହୋଇପାରେ । ଅର୍ଥାତ ଯେତେବେଳେ ହ୍ବାଟସ୍ ଆପର ମଲଟିପଲ ଡିଭାଇସ୍ ଫିଚର ରିଲିଜ୍ ହେବ, ବ୍ୟବହାରକାରୀଙ୍କ ଚାଟ୍ ସେହି ଡିଭାଇସରେ ଆସିବ ଯେଉଁଠାରେ ସେମାନେ ହ୍ବାଟସ୍ ଆପ୍ ବ୍ୟବହାର କରନ୍ତି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହା କରାଯାଉଛି ।

ବର୍ତମାନ କମ୍ପାନୀରୁ ହ୍ବାଟ୍ସ ଆପର ଏହି ଫିଚର ବିଷୟରେ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ। କିନ୍ତୁ କମ୍ପାନୀ ଦୀର୍ଘ ଦିନ ଧରି ଏହାକୁ ପରୀକ୍ଷା କରିଆସୁଛି। ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ କମ୍ପାନୀ ମଲଟିପଲ ଡିଭାଇସ୍ ଫିଚର ଲଞ୍ଚ କରିପାରିବ ବୋଲି ଆଶା କରାଯାଉଛି। କାରଣ ବର୍ତ୍ତମାନ ଏହି ଫିଚର ପରୀକ୍ଷଣର ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଛି ।