ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମଣରେ ଆକ୍ରାନ୍ତ । ତାଙ୍କର କୋଭିଡ-୧୯ ପରୀକ୍ଷାରୁ ଏହା ଜଣାପଡ଼ିଛି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି,ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ପରୀକ୍ଷା କରେଇବାକୁ କହିଛନ୍ତି। ୭ ଦିନ ଭିତରେ ଭେଟିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।ଏ ନେଇ ନିଜେ ପ୍ରଣବ ମୁଖାର୍ଜୀ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଟ୍ଵିଟରରେ ଲେଖିଛନ୍ତି, ଅନ୍ୟ କାମ ପାଇଁ ଡାକ୍ତରଖାନା ଗସ୍ତରେ ଆସିଥିବା ବେଳେ ଆଜି ମୋର କରାଯାଇଥିବା କୋଭିଡ-୧୯ ରିିପୋର୍ଟ ପଜିଟିଭ୍ ଆସିଛି। ଗତ ସପ୍ତାହରେ ମୋ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ନିଜକୁ ସଙ୍ଗରୋଧରେ ରଖି ନିଜର କରୋନା ପରୀକ୍ଷା କରାନ୍ତୁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ଆକ୍ରାନ୍ତ ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି ।