ରାଜଗାଙ୍ଗପୁର: ବିଧାୟକଙ୍କ ଦ୍ଵାରା ହସ୍ପିଟାଲ ଓ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ସେନସରଯୁକ୍ତ ସ୍ୱୟଂଚାଳିତ ସାନିଟାଇଜିଙ୍ଗ ମେସିନ ଉଦଘାଟିତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୭/୦୮ : ଦୀର୍ଘ ଦିନ ହେବ ସାରା ବିଶ୍ୱରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ମହାମାରୀର ଆତଙ୍କ ତାର ତାଣ୍ଡବ ରଚି ଚାଲିଛି । ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ସମସ୍ତେ ତାର ପ୍ରଭାବରେ ପ୍ରଭାବିତ। ଏଥିରୁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହର ମଧ୍ୟ ବାଦ ପଡିନି ।
![](https://i0.wp.com/kalingajyoti.com/wp-content/uploads/2020/08/gp-2.jpg?resize=960%2C540&ssl=1)
ସହରରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥରୁ କରୋନା ଯୋଦ୍ଧା ମଧ୍ୟ ବାଦ ପଡିନାହାନ୍ତି। ଏହାକୁ ପ୍ରତିହତ କରିବା ପାଇଁ ସରକାର ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିରୋଧକ ପଦକ୍ଷେପ ନିଆଯାଉଛି।ଦୋକାନ ବଜାର ଖୋଲିବାରେ କଟକଣା ଲଗାଇବା ସହ ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜେସନ କରାଯାଉଛି ।ଲକଡାଉନର ପ୍ରଥମ ଦିନରୁ ନୂତନ ଭାବେ ନିର୍ବାଚିତ ହୋଇଥିବା ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ.ରାଜନ ଏକ୍କା ଖାଦ୍ୟ ବଣ୍ଟନ କରିବା ସହ ମହାମାରୀ କୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଷେଧକ ପଦକ୍ଷେପ ନେଉଛନ୍ତି।ଜନପ୍ରତିନିଧି ଭାବେ ବିଧାୟକ ଜନତାଙ୍କ ସେବା କରିଚାଲିଛନ୍ତି ।
![](https://kalingajyoti.com/wp-content/uploads/2020/08/rd-1.jpg)
ବିଭିନ୍ନ ସରକାରୀ ଅଫିସରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଥିବାରୁ, ଏହାକୁ ନଜରରେ ରଖି ବିଧାୟକ ଡକ୍ଟର ଏକ୍କା ଆଜି ରାଜଗାଙ୍ଗପୁରର ଇ.ଏସ.ଆଇ. ହସ୍ପିଟାଲ, ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ରାଜଗାଙ୍ଗପୁର ଥାନା, ବ୍ଲକ ଅଫିସ, ତହସିଲ ଅଫିସ ସମ୍ମୁଖରେ ସେନସରଯୁକ୍ତ ସ୍ୱୟଂଚାଳିତ ସାନିଟାଇଜିଙ୍ଗ ମେସିନ ଲଗାଇଛନ୍ତି। ବିଭିନ୍ନ ଅଫିସ ସମ୍ମୁଖରେ ମୋଟ ୨୬ଟି ମେସିନ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।