![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୬/୦୭: ଦିନକୁ ଦିନ ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ସ୍ଥିତି । ଶନିବାର ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅଭିଯୋଗ କରିବେ । ଆବଶ୍ୟକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଗରେ ଧାରଣାରେ ବସିବେ ।
![](https://i0.wp.com/kalingajyoti.com/wp-content/uploads/2020/07/raj-3.jpg?resize=452%2C301&ssl=1)
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜସ୍ଥାନ କ୍ୟାବିନେଟର ଏହି ବୈଠକ ବସିଥିଲା । ଏହି ବୈଠକରେ ପୁଣି ଥରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏକ ସଂଶୋଧିତ ପ୍ରସ୍ତାବ ପଠାଇ ବିଧାନସଭା ଅଧିବେଶନ ଡାକିବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବିଧାନସଭା ଅଧିବେଶନ ବସିଲେ ଗେହଲୋଟ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ବୋଲି ଦାବି କରିଛି ।
ରାଜସ୍ଥାନ କଂଗ୍ରେସରେ ଗେହଲୋଟ କ୍ୟାମ୍ପ ଓ ସଚିନ ପାଇଲଟ କ୍ୟାମ୍ପ ମଧ୍ୟରେ ବିବାଦ ହେବା ପରଠାରୁ ଗେହଲୋଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଏହି ହୋଟେଲରେ ରହିଛନ୍ତି । ସେମାନଙ୍କୁ ଆଉ କିଛି ଦିନ ସେଠାରେ ରହିବାକୁ ହେବ ବୋଲି ଗେହଲୋଟ କହିଛନ୍ତି । ଏପରିକି ନିକଟ ଭବିଷ୍ୟତରେ ଏହି ସଂକଟର ସମାଧାନ ଆଶା ଦେଖାଯାଉନଥିବାରୁ ଅତିକମରେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ହୋଟେଲରେ ରହିବାକୁ ପଡ଼ିବ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଦେଇଛନ୍ତି । ବିଧାୟକମାନେ ଏହି ବୈଠକରେ ଗେହଲୋଟଙ୍କୁ ନିଜର ସମର୍ଥନ ଜ୍ଞାପନ କରିଥିଲେ ।
ଅନ୍ୟପକ୍ଷରେ ଶନିବାରଦିନ ବିଜେପିର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କୁ ଭେଟିଛନ୍ତି ।