କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ

ଆଜିଠୁ ବୟସ୍କଙ୍କୁ ଟିକାଦାନ

ଭୁବନେଶ୍ୱର : ଷାଠିଏ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ସୋମବାରଠାରୁ ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ଘଟଣା: ଜୈଶ-ଉଲ୍-ହିନ୍ଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କଲା,ଏବେ…

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ମିଳିବା ମାମଲାରେ ରବିବାର ବଡ ଖବର ସାମନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଉଲ-ହିନ୍ଦ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ଯେଉଁଠି ପଡୁଛି, ଯେତେବେଳେ ପଡୁଛି, ବର୍ଷାକୁ ଧର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ମନ୍‌କି ବାତ୍‌’ରେ ଜଳ ସଙ୍କଟ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଅଳ୍ପ କେତେ ଦିନ ମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ‘ବର୍ଷା ଧରା’ ଅଭିଯାନ ଆରମ୍ଭ କରିବ। ଏହାର ସ୍ଲୋଗାନ୍‌ ହେଉଛି,

ସି-ଭୋଟର ସର୍ଭେ : ବାଂଲାରେ ମମତା, ଆସାମରେ ସର୍ବାନନ୍ଦ ଫେରିବା ସମ୍ଭାବନା

ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହିତ ଫଳାଫଳ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ସି-ଭୋଟର ପକ୍ଷରୁ ଶନିବାର ଏ ସଂକ୍ରାନ୍ତ ଓପିନିୟନ ପୋଲ୍‌ ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ସର୍ବାଧିକ ଚର୍ଚ୍ଚାରେ ଥିବା

ବେସରକାରୀ ହସ୍ପିଟାଲ୍‌ରେ କ‌ରୋନା ଟିକା ଡୋଜ୍‌ ପିଛା ୨୫୦ ଟଙ୍କା ହୋଇପାରେ : ରିପୋର୍ଟ

ନୂଆଦିଲ୍ଲୀ: ବେସରକାରୀ ହସ୍ପିଟାଲ୍‌ଗୁଡ଼ିକରେ କରୋନା ଭାଇରସ୍‌ ଟିକା ଦର ଡୋଜ୍‌ ପିଛା ୨୫୦ ଟଙ୍କା ହୋଇପାରେ। ଯଦିଓ ଏହି ଟିକା ସରକାରୀ ହସ୍ପିଟାଲ୍‌ରେ ମାଗଣାରେ ଦିଆଯାଉଛି,କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକାକରଣ ପାଇଁ ଲୋକମାନଙ୍କୁ ଦେୟ ଦେବାକୁ ପଡ଼ିବ। ତେବେ, ଏଯାବତ୍‌ ଟିକାର

ଆଜି ବି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ବି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହାକି ସାରା ରାଜ୍ୟରେ ସର୍ବାଧିକ । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା

ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ‌ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇନଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେଣି କେନାଲ ନିକଟରେ ଘଟିଛି ଏହି ଭଳି ଘଟଣା। ସୂଚନା ମୁତାବକ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଜୟପୁର ଗ୍ରାମର ଚୈତନ୍ୟ ବେହେରା। ସେ ଆଜି ବ୍ୟବସାୟ ସାରି ଘରକୁ ଫେରୁଥିବା

କ୍ରମାଗତ ଭାବେ ଦ୍ୱିତୀୟ ଦିନ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ବର: ଦ୍ବିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର । ଆଜି ଦିନବେଳା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ
error: Content is protected !!
Open chat