ଲଭ୍ ଜିହାଦ ଆଇନରେ ମୋହର ମାରିଲେ ମଧ୍ୟପ୍ରଦେଶର ଶିବରାଜ ସରକାର, ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ଜେଲ୍

ଭୋପାଳ : ଲଭ୍ ଜିହାଦକୁ ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି। ଡିସେମ୍ବର

କରୋନା ଠାରୁ ମଧ୍ୟ କ୍ଷତିକାରକ ଭାଇରସ୍‌ ତୃଣମୂଳ, ବିଜେପି ଏହାର ଭାକ୍‌ସିନ୍‌ : ଦିଲୀପ୍‌ ଘୋଷ

କୁଲ୍ପି – ପଶ୍ଚିମ ବଙ୍ଗ ବିଜେପି ପ୍ରମୁଖ ଦିଲୀପ ଘୋଷ ବିସ୍ଫୋରକ ବୟାନ ଦେଇଛନ୍ତି । ବୁଧବାର ଦିନ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ କୋଭିଡ-୧୯ ଠାରୁ ମଧ୍ୟ ବିପଦପୂର୍ଣ୍ଣ ଭାଇରସ୍‌ ଭାବେ ଦର୍ଶାଇଛନ୍ତି । ଘୋଷ ବୁଧବାର ଦିନ ସେ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ

ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ: ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ

ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା: ପ୍ରଧାନମନ୍ତ୍ରୀ

କଲକାତା: ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା ଦେଶକୁ ଶକ୍ତି ଯୋଗାଉଛି। ଗୁରୁଦେବ ବିଶ୍ଵଭାରତୀକୁ ଏପରି ଭାବେ

ଭାରତକୁ ଆସିନାହିଁ ବ୍ରିଟେନର ନୂଆ କରୋନା ଭାଇରସ – ଏଡସ୍ ଗବେଷଣା ପ୍ରତିଷ୍ଠାନ

ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ କହିଛି ଯେ ବ୍ରିଟେନରେ ମିଳିଥିବା ନୂତନ କରୋନା ଭୁତାଣୁ ଭାରତକୁ ଆସିନାହିଁ। ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏଭଳି ତଥ୍ୟ ମିଳିଥିବା କୁହାଯାଇଛି। ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍

ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ଲାଗୁ ହେଲା ନୂଆ ଏସ୍ଓପି

ଭୁବନେଶ୍ବର: ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ (ବି.୧.୧.୭) ସଂକ୍ରମଣ ଏବେ ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ବିଦେଶ ଫେରନ୍ତାଙ୍କ ପାଇଁ

ଜଗା ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି, ପୂର୍ବ ଘୋଷଣା ସହ ନୂଆ କଟକଣା ଯୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୂର୍ବ ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା ।

ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ ଦାବି; ହାଇକୋର୍ଟରେ ମିସ୍‌କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ବଳାତ୍କାର ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମିସ୍‌ କେସ୍‌ ଦାୟର କରାଯାଇଛି। ଏହି ମିସ୍‌ କେସ୍‌ରେ ମାମଲାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛି ବିକାଶ ପରିଷଦ। ଏହା ସହିତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ

‘ଅବଢ଼ା’କୁ ଅବମାନନା: ‘ଓଡ଼ିଆ ଅବଢ଼ା’ ରେଷ୍ଟୁରାଣ୍ଟ ନାମରେ ସିଂହଦ୍ବାର ଥାନାରେ ଏତଲା

ପୁରୀ: ସମ୍ବଲପୁରରେ ‘ଓଡ଼ିଆ ଅବଢ଼ା’ ନାମକ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ‘ଅବଢ଼ା’ ନାମରେ ଖାଦ୍ୟ ପରସୁଛି। ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି। ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ‘ଅବଢ଼ା’କୁ ଅବମାନନା
error: Content is protected !!
Open chat