କରୋନା ଠାରୁ ମଧ୍ୟ କ୍ଷତିକାରକ ଭାଇରସ୍‌ ତୃଣମୂଳ, ବିଜେପି ଏହାର ଭାକ୍‌ସିନ୍‌ : ଦିଲୀପ୍‌ ଘୋଷ

0 395
greentech

କୁଲ୍ପି – ପଶ୍ଚିମ ବଙ୍ଗ ବିଜେପି ପ୍ରମୁଖ ଦିଲୀପ ଘୋଷ ବିସ୍ଫୋରକ ବୟାନ ଦେଇଛନ୍ତି । ବୁଧବାର ଦିନ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ କୋଭିଡ-୧୯ ଠାରୁ ମଧ୍ୟ ବିପଦପୂର୍ଣ୍ଣ  ଭାଇରସ୍‌ ଭାବେ ଦର୍ଶାଇଛନ୍ତି । ଘୋଷ ବୁଧବାର ଦିନ ସେ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହାକୁ ଶେଷ କରିବା ପାଇଁ ବିଜେପି ଟିକା ସଦୃଶ କାମ କରିବ।  ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କର ଏହି କଥା ଏମିତି ସମୟରେ ଆସିଛି , ଯେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍‌ ଶାହଙ୍କ ଗସ୍ତ ପରେ ବଙ୍ଗଳାରେ ପଲିଟିକାଲ ତାପମାତ୍ରା ବଢ଼ି ଯାଇଛି।

ଦକ୍ଷିଣ ୨୪ ପରଗନା ଜିଲ୍ଲାର କୁଲପିରେ ଏକ ରାଲିକୁ ସମ୍ୱୋଧିତ କରି ଘୋଷ କହିଛନ୍ତି କି, ଯଦି ତାଙ୍କର ପାର୍ଟି ଶାସନକୁ ଆସେ ତ ସେ ବିଜେପି ଓ ଅନ୍ୟ ବିପକ୍ଷ କାର୍ଯ୍ୟକର୍ତ୍ତାଙ୍କ ଉପରେ ଥୁଆ ହୋଇଥିବା ମିଛ ମାମଲାକୁ ଫେରେଇ ନିଆଯିବ । ତୃଣମୂଳର କାର୍ଯ୍ୟକର୍ତ୍ତାଙ୍କୁ ରାଜନୀତିକ ବିରୋଧିଙ୍କ ବିରୋଧରେ ଅତ୍ୟଧିକ କରିବା ନେଇ କଡ଼ା ପଦକ୍ଷେପ ନିଆଯିବ।

ଘୋଷଙ୍କ ମୁତାବିକ୍‌ , ଟିଏମ୍‌ସି  କୋଭିଡ-୧୯ଠାରୁ ମଧ୍ୟ  ଅଧିକ ବିପଦପୂର୍ଣ୍ଣ ଭାଇରସ୍‌ ଅଟେ ।  ପଶ୍ଚିମ ବଙ୍ଗରେ ଆସନ୍ତା  ବର୍ଷ ବିଧାନସଭା  ନିର୍ବାଚନରେ  ବିଜେପି ଟିକା ଟିଏମ୍‌ସି ଭାଇରସ୍‌କୁ ଶେଷ କରିଦେବ । ବଙ୍ଗଳାର ୨୯୪ ସଦସ୍ୟ ବିଶିଷ୍ଟ  ବିଧାନସଭା  ପାଇଁ  ଆସନ୍ତା ବର୍ଷ ଅପ୍ରେଲ୍‌-ମଇରେ ନିର୍ବାଚନ ହେବାର ଆଶା ରହିଛି ।

Leave A Reply

Your email address will not be published.

13 − 7 =

error: Content is protected !!
Open chat