କଳିଙ୍ଗ ଜ୍ୟୋତି ବ୍ୟୁରୋ ଜାମ୍ମୁକାଶ୍ମୀର ୦୮/୦୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି ।ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ। ନିଲମ୍ବିତ ଅବଧିରେ ଜମ୍ମୁ କାଶ୍ମୀରରେ ବସନ୍ତ ରହିବେ । ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ । ସେ ଏହିପରି କାର୍ଯ୍ୟକଳାପ କରିଥିବାରୁ ତାଙ୍କ ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଉଲ୍ଲେଖ ରହିଛି “ ଜାମ୍ମୁ ଓ କାଶ୍ମୀର ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶୋଭନୀୟ ଆଚାରଣ କରିବା ଅଭିଯୋଗ ଆସିବା ପରେ ତୁରନ୍ତ ପଦକ୍ଷେପ ଅନୁସାରେ ନିଲମ୍ବିତ କରାଯାଇଛି।”
ମଙ୍ଗଳବାର ସନ୍ଧ୍ୟାରେ ଗୃହମନ୍ତ୍ରାଳୟ ପକ୍ଷରୁ ନିଲମ୍ବିତ ନିର୍ଦ୍ଦେଶ ଜାରି ହୋଇଥିଲା। ୨୦୦୦ ବ୍ୟାଚର ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ନିଲମ୍ବିତ କରିବା ସହିତ ଶ୍ରୀନଗର ପୁଲିସ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ନୋଟିସ୍ରେ ଉଲ୍ଲେଖ ରହିଥିଲା। ଏଥିସହିତ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ବସନ୍ତଙ୍କୁ କୁହାଯାଇଛି। ସୂଚନା ଥାଉକି, ବସନ୍ତ ସେଠାରେ ଇନ୍ସପେକ୍ଟର ଜେନେରାଲ୍ ଭାବେ ସେଠାରେ ନିଯୁକ୍ତ ହୋଇଥିଲେ।