୧୦ରୁ ୩୧ ତାରିଖ ଯାଏଁ ଜଗା ଦର୍ଶନ ବନ୍ଦ
ପୁରୀ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାା ଜଣାପଡ଼ିଛି।
କରୋନାର ନୂଆ ଭାରିଆଣ୍ଟର ପ୍ରଭାବ ଏବେ ଓଡ଼ିଶାରେ ଦେଖା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ରୁ ୩୧ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶୁକ୍ରବାର ଛତିଶା ନିଯୋଗର ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ନିଷତ୍ତି ପରେ ଏବେ ପୁଣି ଥରେ ଶ୍ରଦ୍ଧାଳୁମାନେ ଜଗା ଦର୍ଶନରୁ ବଞ୍ଚିତ ହେବେ ।
ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ବନ୍ଦ ରହିବ କି ଖୋଲା ରହିବ ସେ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନର ସ୍ଥିତିକୁ ନେଇ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।