ଜାନୁଆରୀରେ ଶିଖର ଛୁଇଁବ, ମାର୍ଚ୍ଚରେ ଶେଷ

0 285
greentech

ନୂଆଦିଲ୍ଲୀ ୦୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ କରୋନାର ତୃତୀୟ ଲହର ଆସିଥିବାବେଳେ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଭୟ ଓ ଆଶଙ୍କା ଭିତରେ ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ଶେଷ ଭାଗରେ ଏହା ଶିଖର ଛୁଇଁବ ବୋଲି ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି। ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ, ତୃତୀୟ ଲହରର ଶିଖର ସମୟରେ ଦେଶରେ ଦୈନିକ ସଂକ୍ରମଣ ୪ରୁ ୮ଲକ୍ଷ ରହିବ। ପ୍ରଥମ ଓ ଦ୍ବିତୀୟ ଲହର ପରି ତୃତୀୟ ଲହର ଦୀର୍ଘ ସମୟ ଧରି ରହିବ ନାହିଁ। ମାର୍ଚ୍ଚ ସୁଦ୍ଧା ଏହି ଲହର ଶେଷ ହେବ। ଏହି ତୃତୀୟ ଲହର ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ବିଶେଷ ଚାପ ପକାଇବ ନାହିଁ। କାରଣ ଏହି ସଂକ୍ରମଣରେ ରୋଗୀ ବିଶେଷ ଗୁରୁତର ହେବେ ନାହିଁ। ସେମାନଙ୍କଠାରେ ବିଶେଷ ଲକ୍ଷଣ ପ୍ରକାଶ ପାଇବ ନାହିଁ। ଏହାସତ୍ତ୍ବେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ।

କରୋନା ତାଲାବନ୍ଦ କଟକଣା ଯୋଗୁଁ ତୃତୀୟ ଲହର ବିଳମ୍ବିତ ହେବ ଓ ଏହା ଅଧିକ ସମୟ ରହିବ। ଅଗ୍ରୱାଲ କହିଛନ୍ତି ଯେ ଆଉ ୧୦ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବଇ ସହରରେ ତୃତୀୟ ଲହର ଶିଖର ଛୁଇଁବ। ଇନଷ୍ଟିଚ୍ୟୁଟ୍ ଫର ହେଲଥ୍‌ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ (ଆଇଏଚ୍‌ଏମଇ)ର ନିର୍ଦେଶକ ଡାକ୍ତର ଖ୍ରୀଷ୍ଟୋଫର ମୁରେ କହିଛନ୍ତି ଯେ ଭାରତରେ ଓମିକ୍ରନ ଭୂତାଣୁର ସଂକ୍ରମଣ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରାରମ୍ଭରେ ଶିଖର ଛୁଇଁବ। ଯଦି ତାଲାବନ୍ଦ କଟକଣା ଲାଗୁ ନ ହୁଏ ତେବେ ସଂକ୍ରମଣ ମାମଲା ମାର୍ଚ୍ଚ ସୁଦ୍ଧା ହ୍ରାସ ପାଇବ।

Leave A Reply

Your email address will not be published.

3 × 1 =

error: Content is protected !!
Open chat