ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ

0 469
greentech

ଫେବୃୟାରୀ ପହିଲାରେ ସାଧାରଣ ବଜେଟ୍

ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦର ବଜେଟ୍ ଅଧିବେଶନ ସୋମବାର(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି । ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ।

ସଂସଦର ପ୍ରଥମ ଭାଗ ବଜେଟ୍ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ପହିଲାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନର ଦ୍ବିତୀୟ ଭାଗ ବୈଠକ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସଂସଦର ବଜେଟ୍ ଅଧିବେଶନ ବୈଠକର ଦୁଇଟି ପର୍ଯ୍ୟାୟ(ସିଫ୍ଟ)ରେ ଚାଲିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ପହିଲାରେ ୨୦୨୨-୨୩ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ୨୦୧୪ରେ କ୍ଷମତାକୁ ଆସିବା ପରେ ଏହା ମୋଦୀ ସରକାରଙ୍କ ଅଷ୍ଟମ ବଜେଟ୍ ହେବ । କୋଭିଡ-୧୯ ମହାମାରୀର ତୃତୀୟ ଲହର ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଏହି ବଜେଟ୍ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଗଜ ବିହୀନ ବଜେଟ୍ ଉପସ୍ଥାପନ କରିବେ।

ଦେଶର ନାଗରିକମାନେ ବର୍ତ୍ତମାନ ଗୋଟିଏ କ୍ଲିକରେ ନିଜ ଫୋନରେ ସଂସଦୀୟ ପ୍ରକ୍ରିୟାର ସିଧାସଳଖ ପ୍ରସାରଣ ଦେଖିପାରିବେ। ଗତ ଗୁରୁବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ଏକ ଡିଜିଟାଲ୍ ଆପ୍ ଶୁଭାରମ୍ଭ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଡିଜିଟାଲ୍ ଇଣ୍ଡିଆର ନୂଆ ଯୁଗ ବୃଦ୍ଧି ପାଉଛି। ବୃହତ୍ତମ ଗଣତନ୍ତ୍ରର ସଂସଦ ମଧ୍ୟ ଡିଜିଟାଲ୍ ପଦ ଚିହ୍ନକୁ ସଂପ୍ରସାରିତ କରୁଛି । ଡିଜିଟାଲ୍ ସଂସଦ ଆପ୍ ଏହି ଦିଗରେ ଏକ ବଳିଷ୍ଠ ପଦକ୍ଷେପ।

Leave A Reply

Your email address will not be published.

20 − 17 =

error: Content is protected !!
Open chat