ଆଜିଠୁ ପଶ୍ଚିମବଙ୍ଗରେ ସବୁ ଶିକ୍ଷାକେନ୍ଦ୍ର ବନ୍ଦ

0 314
greentech

୫୦% କର୍ମଚାରୀରେ ଖୋଲିବ କାର୍ଯ୍ୟାଳୟ

କୋଲକାତା ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରାତ୍ରିକଟକଣା, ତାଲାବନ୍ଦ ଆଦି ଲାଗୁ ହୋଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ଏହା ସହିତ ସ୍ପା, ସାଲୁନ, ବିୟୁଟି ପାର୍ଲର, ଚିଡିଆଖାନା, ଉଦ୍ୟାନ ଆଦିକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ୫୦ % କର୍ମଚାରୀଙ୍କୁ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଟ ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବା (ୱାର୍କ ଫ୍ରମ୍ ହୋମ)କୁ ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ପ୍ରଶାସନିକ ବୈଠକକୁ ଆଭାସି ମାଧ୍ୟମରେ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ଏଚ୍‌କେ ଦ୍ବିବେଦୀ ନିର୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଲୋକାଲ ଟ୍ରେନଗୁଡିକ ୫୦% ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ଦୁଇଥର ବିମାନ ଚଳାଚଳ କରିବ। ସିନେମାହଲ (ପ୍ରେକ୍ଷାଳୟ), ବାର୍‌, ଭୋଜନାଳୟଗୁଡିକ ୫୦% କ୍ଷମତାରେ ଖୋଲିବ। ସଭା ସମିତିରେ ସର୍ବାଧିକ ୨୦୦ ଲୋକ ଏକାଠି ହୋଇପାରିବେ। ଗତ ୨୪ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୬,୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ କଲକାତା ସହରରେ ୩୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ ପ୍ରଶାସନ ମଧ୍ୟ ନୂଆ କରୋନା କଟକଣା ଲାଗୁ କରିଛି। କଟକଣା ଅଞ୍ଚଳ ଚଣ୍ଡିଗଡର ସମସ୍ତ ଭୋଜନାଳୟ, ସମ୍ମିଳନୀ କକ୍ଷ, ​ପ୍ରେକ୍ଷାଳୟ, ୫୦% ଦର୍ଶକଙ୍କୁ ନେଇ ଖୋଲିବ।
ଓମିକ୍ରନ ସଂକ୍ରମଣକୁ ନେଇ ହରିୟାଣା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜାନୁଆରୀ ୧୨ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା ହୋଇଥିବାବେଳେ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉପସ୍ଥିତ ରହିବେ। ପିଲାମାନଙ୍କୁ ଆଭାସି ମାଧ୍ୟମରେ ଶିକ୍ଷାଦାନ କରାଯିବ।

Leave A Reply

Your email address will not be published.

seven + 6 =

error: Content is protected !!
Open chat