ହୋମ ଆଇସୋଲେସନ ପାଇଁ ଗାଇଡଲାଇନ ଜାରି ପଜିଟିଭ ହେଲେ ୭ ଦିନ ହୋମ ଆଇସୋଲେସନ

0 304
greentech

ନୂଆଦିଲ୍ଲୀ: ଘରୋଇ ସଙ୍ଗରୋଧ ପାଇଁ ଜାରି ହେଲା ମାର୍ଗଦର୍ଶିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଘରେ ସଙ୍ଗରୋଧରେ ରହିବେ । ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ରହିବେ । ଲକ୍ଷଣହୀନ ବ୍ୟକ୍ତି କୋଭିଡ ପରୀକ୍ଷା କରିବା ଆବଶ୍ୟକତା ନାହିଁ । ପଜିଟିଭ ଥିଲେ ୭ ଦିନ ଘରୋଇ ସଙ୍ଗରୋଧରେ ରହିବେ ।

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତ ଆରମ୍ଭ କରିଛନ୍ତି ସରକାର । ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବା ସହ ଏବେ ଘରୋଇ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ସଂକ୍ରମଣ କମ କରିବା ପାଇଁ ହସ୍ପିଟାଲଠୁ କିପରି ଲୋକମାନେ ଦୂରେଇ ରହିବେ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.

12 + 20 =

error: Content is protected !!
Open chat