ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି – ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ : ମୁଖ୍ୟ ଶାସନ ସଚିବ

0 307
greentech

ଭୁବନେଶ୍ୱର ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି  । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟତା ଦେଉଛନ୍ତି । ଏଥିପାଇଁ ଲକ୍ ଡାଉନ୍‌ କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଲୋକମାନେ ସେତେ ଗୁରୁତର ହେଉ ନାହାନ୍ତି । ମାତ୍ର ଦୁଇ ପ୍ରତିଶତଙ୍କର ଅକ୍ସିଜେନ୍‌ ଏବଂ ଡାକ୍ତରଖାନାରେ ଭର୍ତ୍ତି ପାଇଁ ଦରକାର ହେଉଛି । ଏହାକୁ ଲୋକମାନେ ହାଲକାରେ ନିଅନ୍ତୁ ନାହିଁ । ସବୁ ସ୍ଥାନରେ କୋଭିଡ୍‌ ମାର୍ଗ ଦର୍ଶିକା ମାନନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ମାସ୍କ ପିନ୍ଧିବା ଏବଂ ଅନ୍ୟ କୋଭିଡ୍‌ କଟକଣାକୁ କଡାକଡି ଭାବେ ମାନିଲେ କୋଭିଡ୍‌କୁ ପ୍ରତିହତ ହେବ । ରାଜ୍ୟ ସରକାର ଜୀବିକାର ସୁରକ୍ଷା ପାଇଁ ଲକ୍‌ଡାଉନ୍‌  କରି ନାହାନ୍ତି । ଲକ୍ଷଣ ଦେଖାଦେବା ମାତ୍ରେ ସମସ୍ତେ କୋଭିଡ୍‌ ପରୀକ୍ଷଣ କରିବା ପାଇଁ ସୂଚନା ଦେଇଛନ୍ତି ।

ଏବେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତୃତୀୟ ଲହର ନିୟନ୍ତ୍ରଣ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

1 × two =

error: Content is protected !!
Open chat