ଭାରତର ପରିଚୟ ମୋଦୀ : କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ

0 373
greentech

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଶ୍ରୀ ନକବୀ ଏହା କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଆଜି ଦୁଇଟି ଭାରତ କଥା କୁହାଯାଉଛି, କିନ୍ତୁ ଆମ ଭାରତ ଏକ ଭାରତ ଓ ଶ୍ରେଷ୍ଠ ଭାରତ ଅଟେ।

ସେ କହିଛନ୍ତି ଯେ ଭାରତକୁ ପ୍ରକୃତ ଅର୍ଥରେ ଜାଣିବା ଏବଂ ଅନୁଭବ କରିବା ପାଇଁ ସମସ୍ତଙ୍କୁ ଇନ୍ଦିରା ଇଜ ଇଣ୍ଡିଆ ଓ ଇଣ୍ଡିଆ ଇଜ ଇନ୍ଦିରା ଏବଂ କଂଗ୍ରେସ ଇଜ ଇଣ୍ଡିଆ ଓ ଇଣ୍ଡିଆ ଇଜ କଂଗ୍ରେସ ଚିନ୍ତାଧାରାରୁ ବାହାରିବାକୁ ପଡିବ। ଗତ ୮ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ୨୮ଟି ପ୍ରମୁଖ ପରିବର୍ତ୍ତନ ଭାରତକୁ ସାରା ବିଶ୍ୱରେ ଶ୍ରେଷ୍ଠ କରିପାରିଛି। ସେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ କିଭଳି କାର୍ଯ୍ୟ କରିବେ ସେ ନେଇ ଅନ୍ୟ ଏକ ସ୍ଥାନରୁ ନିର୍ଦ୍ଦେଶ ଆସୁଥିଲା ଏବଂ ସରକାରଙ୍କ ନିଷ୍ପତ୍ତିକୁ କାଗଜ ଭଳି ଚିରି ଦିଆଯାଉଥିଲା। ଏବେ କିନ୍ତୁ ଦେଶରେ ସେଭଳି ବାଧ୍ୟ ପ୍ରଧାନମନ୍ତ୍ରୀ ନାହାନ୍ତି ବରଂ ଦେଶରେ ଏବେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.

three − three =

error: Content is protected !!
Open chat