ଭୁବନେଶ୍ବର ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଫେବୃୟାରୀ ୧୦ ତାରିଖରୁ ରାଜ୍ୟରେ ସ୍କୁଲ ଓ କଲେଜ୍ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଏକ ନକଲି ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଏ ନେଇ ବିଭାଗ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସାମାଜିକ ଗଣମାଧ୍ୟମ ପ୍ରଚାରିତ ଓ ପ୍ରସାରିତ ଚିଠିରେ କୌଣସି ସତ୍ୟତା ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏବେ ମଧ୍ୟ ପୂର୍ବପରି ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ବିଭାଗ କହିଛି।