କୋଭିଡ ସଂକ୍ରମିତ ଥିଲେ ବି କରିହେବ ଅସ୍ତ୍ରୋପଚାର

0 803
greentech

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ ପଜିଟିଭ ଥିଲେ ବି ଜରୁରୀ ଅସ୍ତ୍ରୋପଚାର କରାଯାଇପାରିବ। ପୂର୍ବରୁ ଏ ନେଇ ବାରଣ ଥିଲା। ନୂଆ ଗବେଷଣା ଅନୁସାରେ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲା ସୂଚନା ଦେଇଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପକ୍ଷରୁ କରାଯାଇଥିବା ଗବେଷଣା ଅନୁସାରେ କୋଭିଡ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ମଧ୍ୟ ଅସ୍ତ୍ରୋପଚାର କରାଯାଇପାରିବ। ପୂର୍ବରୁ କୋଭିଡ ସଂକ୍ରମିତ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ବାରଣ କରାଯାଇଥିବାବେଳେ ନୂଆ ଗବେଷଣା ଅନୁସାରେ ଅସ୍ତ୍ରୋପଚାର ହୋଇପାରିବ। ତେଣୁ କୋଭିଡ ପଜିଟିଭ ଥିବା ରୋଗୀଙ୍କୁ ଜରୁରୀ ଅସ୍ତ୍ରୋପଚାର ପାଇଁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

seven − six =

error: Content is protected !!
Open chat