ଚାଷୀଙ୍କୁ ମୋଦୀଙ୍କ ନୂଆ ବର୍ଷ ଭେଟି

0 271
greentech

ନୂଆଦିଲ୍ଲୀ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଚାଷୀମାନଙ୍କୁ ନୂଆବର୍ଷରେ ଉପହାର ଦେଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୧୦ ହଜାର କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ ଉପହାର ଦେଇଥିବା ବେଳେ, ଚାଷୀଙ୍କ ଖାତାକୁ ଯାଇଛି ପ୍ରାୟ ୨୦ ହଜାର କୋଟି ଟଙ୍କା ।
ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ୯ମ କିସ୍ତି ପ୍ରଦାନ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ପ୍ରଦାନ କଲାବେଳେ କୃଷକଙ୍କ ସହ ଭିସିରେ କଥା ହୋଇଥିଲେ ।

Leave A Reply

Your email address will not be published.

12 − seven =

error: Content is protected !!
Open chat