Browsing Tag

ଚିଫ ରିପୋର୍ଟର

‘ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଛି ନା ନାହିଁ ଜାଣିବା ପରେ ଶୋଉଛନ୍ତି ସବୁ ଜିଲ୍ଲାପାଳ’: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ସହ ଅକ୍ସିଜେନ ଯୋଗାଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର | ସେ କହିଛନ୍ତି ଯେ ଯେତିକି ପଜିଟିଭ ରୋଗୀ ଅଛନ୍ତି ୮୬ ପ୍ରତିଶତ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି | ପୂର୍ବରୁ

ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧ରେ ଦେଶବ୍ୟାପୀ ପାଳିବେ କଳାଦିବସ

ନୂଆଦିଲ୍ଲୀ: ଏଲୋପାଥି ଏବଂ ଆୟୁର୍ବେଦ ଚିକିତ୍ସାକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଏବେ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ

ପିଏନବି ଦୁର୍ନୀତି: ଚୋକ୍‌ସୀଙ୍କୁ ଭାରତ ଆଣିବାକୁ ଡୋମିନିକାରେ ପହଞ୍ଚିଲା ବିମାନ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ଘୋଷିତ ମେହୁଲ ଚୋକ୍‌ସୀଙ୍କୁ ଭାରତ ଆଣିବା ଲାଗି ଭାରତୀୟ ବିମାନ ଡୋମିନିକାରେ ପହଞ୍ଚିଛି। ଗତ ବୁଧବାର ମେହୁଲ ଚୋକ୍‌ସୀ କ୍ୟୁବା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଡୋମିନିକାରେ ପୁଲିସ ହାତରେ

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ :ସ୍କୁଲ,କଲେଜ ପାଠ୍ୟକ୍ରମରେ ରହିବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା…

ଭୁବନେଶ୍ବର : ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ୫ମ ପାଳିର ୨ ୟ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି । ଏଣିକି ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ୟ଼୍ୟୟ ଓ ମହାମାରୀ ମୁକାବିଲା ବିଷୟ ରହିବ ।

୫ ହଜାର 2DG ମଗାଇଲେ ଓଡ଼ିଶା ସରକାର, ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ

ଭୁବନେଶ୍ୱର, ୨୯।୫ : 2DG ମଗାଇଲେ ଓଡ଼ିଶା ସରକାର। କରୋନା ଚିକିତ୍ସା ପାଇଁ ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ୨ଡିଜି। ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ ୨ଡିଜି । ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି । ଶୁକ୍ରବାର କରୋନା ବିରୋଧୀ

ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ…

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ ବୋଲି ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ ସ୍ପଷ୍ଟ ଭାବେ ଚୀନ୍‌କୁ ସୂଚାଇ ଦେଇଛନ୍ତି। ଏହାଛଡ଼ା, ପୂର୍ବ

ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ। ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡ଼ା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ସପ୍ତାହେ ଘୁଞ୍ଚାଇଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଛନ୍ତି ରାଜ୍ୟ ସରକାର। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍‌ସିଆଲ୍ ବିଡ୍ ଖୋଲା ଯାଇଥା’ନ୍ତା। ତେବେ

୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରତିରକ୍ଷା ଉନ୍ନୟନ ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାର ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି। ତେବେ ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ

ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ
error: Content is protected !!
Open chat