ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ଯୋଗାଇବ କୋଭିଡ ଟିକା – ବୈଦେଶିକ ମନ୍ତ୍ରୀ

0 315
greentech

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଭାରତ କୋଭିଡ ୧୯ ସମୟରେ ବିଶ୍ୱର ୧୫୦ଟିରୁ ଅଧିକ ଦେଶକୁ ଚିକିତ୍ସା ସାମଗ୍ରୀ ଯୋଗାଇଛି। ଇସ୍ରାଏଲ୍‍ର ଜାତୀୟ ସୁରକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଏପରିକି ଭାରତରେ କୋଭିଡ ପ୍ରତିଷେଧକ ଦିଆଯାଉଥିବା ସମୟରେ ମଧ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଆମେ ପ୍ରତିଷେଧକ ଯୋଗାଉଛୁ। ଶ୍ରୀ ଜୟଶଙ୍କର କହିଛନ୍ତି, ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ପ୍ରତିଷେଧକ ଯୋଗାଇବ।

ସେ କହିଛନ୍ତି, ସମଗ୍ର ବିଶ୍ୱ ଐକ୍ୟବଦ୍ଧ ହୋଇ କୋଭିଡର ମୁକାବିଲା କରିପାରିବେ। ଶ୍ରୀ ଜୟଶଙ୍କର କହିଛନ୍ତି, ଆଗାମୀ ଦିନଗୁଡ଼ିକରେ ଏଭଳି ସଂକ୍ରମଣଗୁଡ଼ିକର ମୁକାବିଲା କରିବା ବିଶ୍ୱ ସ୍ତରରେ ମୁଖ୍ୟ ପ୍ରସଙ୍ଗ ହେବ। ଜଳବାୟୁ ପରିବର୍ତ୍ତନ ଉପରେ ସେ କହିଛନ୍ତି, ଆମେରିକା ପୁନର୍ବାର ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ସମ୍ମିଳିତ ହେବାକୁ ଯାଉଥିବାରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସେ କହିଛନ୍ତି, ଭାରତ ଏହାର ପୁନର୍ବ୍ୟବରକ୍ଷମ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ, ଅଧିକ ଜଙ୍ଗଲୀକରଣ, ଏହାର ଜୈବ ବିବିଧତାର ବୃଦ୍ଧି ଓ ଜଳର ସୁପରିଚାଳନା ଉପରେ ଆଲୋକପାତ କରୁଥିବାରୁ ଏହା ନିଜର ଆଭିମୁଖ୍ୟ ଓ ସମଗ୍ର ବିଶ୍ୱର ମତାମତକୁ ପ୍ରାଧାନ୍ୟ ଦେଉଛି।

Leave A Reply

Your email address will not be published.

fifteen + 3 =

error: Content is protected !!
Open chat