
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
SCB ମେଡିକାଲରେ ଅପରାହ୍ଣ ୫ଟା ୧୫ରେ ଭିସି ଜରିଆରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ @Naveen_Odisha https://t.co/zAGtbjfraa

ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ। ଏସ୍ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ପ୍ଲାଜମା ଥେରାପି ସମ୍ପର୍କରେ ସୂଚନା ଦେଇଥିଲେ।



ଗତ ଦୁଇଦିନ ତଳେ କରୋନା ସ୍ଥିତି ସମୀକ୍ଷା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ପ୍ଲାଜମା ଥେରାପି ଉପରେ ଆଲୋକପାତ କରାଯାଇଥିଲା। ଏସ୍ସିବି ମେଡିକାଲ କଲେଜକୁ ପ୍ଲାଜମା ଥେରାପି ହବ୍ କରିବା ଉପରେ ଆଲୋଚନା ହୋଇଥିଲା।