![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆପଡା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୭ : ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ କରାଯାଇଛି । ନୂଆପଡ଼ା ସହରର ବାଣିକ ସଂଘ, ଓକିଲ ସଂଘ , ସାମ୍ବାଦିକ ସଂଘଙ୍କ ଆହ୍ୱାନ କ୍ରମେ ସମସ୍ତେ ସହଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି, ତାହାକୁ ଦୃଷ୍ଟିରେ ରଖି ଏହିଭଳି ସଟ ଡାଉନ କରାଯାଇଥିବା ବଣିକ ସଂଘ ପକ୍ଷରୁ କୁହାଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/nuapada-shutdown.jpg?resize=720%2C862&ssl=1)
ଗତକାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ପଜିଟିଭ ଚିହ୍ନଟ ପରେ ଆଜି କୋର୍ଟ, ଜିଲ୍ଲା ପୋଲିସ ଅଫିସ, ରିଜର୍ଭ ଅଫିସକୁ ବନ୍ଦ କରାଯାଇଛି । ସୂଚନାନୁସାରେ, ରାଜ୍ୟରେ ଅଣାୟତ ହେଉଛି ସ୍ଥିତି । ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ କିଛି ପଦକ୍ଷେପ ନେଉଛନ୍ତି ।