ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଲୁପ୍ତପ୍ରାୟ ବିରଳ ଆଦିବାସୀ ସଂପ୍ରଦାୟର ୧୦ ଜଣ କରୋନାରେ ଆକ୍ରାନ୍ତ

0 323
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ସାରାବିଶ୍ୱର କୋଣ ଅନୁକୋଣରେ ମହାମାରୀ କରୋନା କାୟାବିସ୍ତାର କରିସାରିଲାଣି । ତେବେ ଏହି ମହାମାରୀ ଏବେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପଶିବା ଆରମ୍ଭ କରିଛି । ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଜନଜାତି ଏବେ କରୋନାରେ ଶିକାର ହୋଇଛନ୍ତି । ଏପରିକି ଏହି ଜନଜାତି ସମ୍ପୂର୍ଣ୍ଣ ରୂପେ ଲୋପ ପାଇବାକୁ ଥିବା ଆଶଙ୍କା କରାଯାଉଛି ।

ସୂଚନା ମୁତାବକ ଆଣ୍ଡାମାନ-ନିକୋବରରେ ବିରଳ ପ୍ରଜାତିର ଏହି ଆଦିବାସୀ ମାନେ ଏବେ କରୋନା ଭୂତାଣୁ କବଳରେ ପଡିଛନ୍ତି । ୩୭ ଜଣ ଆଦିବାସୀ ଏକାଠି ହୋଇ ଏହି ସ୍ଥାନରେ ଏକତ୍ରୀତ ହୋଇ ରହିଥିବା ବେଳେ ଏମାନଙ୍କ ଭିତରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏମାନଙ୍କୁ ରୋଗରୁ ବଞ୍ଚାଇବା ପାଇଁ ସେଠାକୁ ଏକ ସ୍ୱାସ୍ଥ୍ୟକର୍ମୀ ଦଳ ପଠାଯାଇଥିବା ସୂଚନା ମିଳିଛି । ଯଦି ଏମାନଙ୍କୁ କରୋନାରୁ ବଞ୍ଚା ନଯାଏ ତେବେ ଏମାନଙ୍କ ବଂଶ ଲୋପ ପାଇଯିବାର ବହୁତ ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି । ଆଣ୍ଡାମାନ ନିକୋବର ପ୍ରଶାସନ ପକ୍ଷରୁ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

୪ ଜଣଙ୍କ କରୋନା ପଜିଟିଭି ଆସିବା ପରେ ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ପ୍ରଶାସନ କହିଛି ।

Leave A Reply

Your email address will not be published.

5 × 2 =

error: Content is protected !!
Open chat