ଆପଲ୍‌ ଚାଇନା ଷ୍ଟୋର୍‌ରୁ ୨୯,୮୦୦ ଆପ୍‌ ହଟାଇଲା

0 420
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ । ଗବେଷଣା ସଂସ୍ଥା ‘କ୍ବିମାଇ’ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏଗୁଡ଼ିକ ଲାଇସେନ୍ସପ୍ରାପ୍ତ ନ ଥିଲା । ଏହି କାରଣରୁ ଚଳିତ ବର୍ଷ ପ୍ରାରମ୍ଭରେ ଆପଲ୍‌ କର୍ତ୍ତୃପକ୍ଷ ଏହି ଆପ୍‌ ପରିଚାଳକଙ୍କୁ ଚୀନ ସରକାରଙ୍କ ଦ୍ବାରା ପ୍ରଦତ୍ତ ଲାଇସେନ୍ସ ଦାଖଲ ପାଇଁ ନିର୍ଦେଶ ଦେଇଥି​‌ଲେ  ।

ଚୀନ୍‌ ସରକାର ସାମ୍ପ୍ରତିକ ପରିସ୍ଥିତିରେ ସମ୍ପୃକ୍ତ ଆପ୍‌ ପରିଚାଳକଙ୍କୁ ଲାଇସେନ୍ସ ପ୍ରଦାନ ନ କରିବାରେ ସେମାନେ ଆପଲ୍‌ ନିକଟରେ ଏହା ଦାଖଲ କରିବାରେ ଅକ୍ଷମ ହୋଇଥିଲେ। ଏହିକ୍ରମରେ ଜୁଲାଇ ପ୍ରଥମ ସପ୍ତାହରେ ଆପଲ୍‌ ଏହାର ଆପ୍‌ ଷ୍ଟୋର୍‌ରୁ ୨୫୦୦ ଟାଇଟଲ ହଟାଇ ଦେଇଥିଲା; ଫଳରେ ଜିଙ୍ଗା, ସୁରସେଲ୍‌ ଭଳି ବହୁ ଖେଳ ପ୍ରଭାବିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଚୀନ ସରକାର ଅନ୍‌-ଲାଇନ୍‌ କ୍ରୀଡ଼ା ଶିଳ୍ପ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏଥିରୁ ବିଭିନ୍ନ ସମ୍ବେଦନଶୀଳ ସୂଚୀ ହଟାଇବାକୁ ସରକାର ବହୁ ସଂସ୍ଥାଙ୍କୁ ନିର୍ଦେଶ ଦେଇଥିଲେ। ଏହାଦ୍ବାରା ଚୀନ୍‌ର ଅନ୍‌-ଲାଇନ୍‌ କ୍ରୀଡ଼ା ତଥା ଆପ୍‌ ଶିଳ୍ପ ବାଧାପ୍ରାପ୍ତ ହୋଇଛି।

Visit website

Leave A Reply

Your email address will not be published.

5 × 1 =

error: Content is protected !!
Open chat