ଆରଡ଼ିସ୍ଥ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଖଣ୍ଡଳମଣି କ୍ଷେତ୍ର ଚତୁଃପାର୍ଶ୍ୱ ଅଞ୍ଚଳକୁ ସାନିଟାଇଜ କରାଗଲା

0 493
greentech

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨/୦୮: ଭଦ୍ରକ ଜିଲ୍ଲାସ୍ଥ ଆରଡ଼ି ପଞ୍ଚାୟତ ଅଞ୍ଚଳରୁୁ ୩୧ ଜଣ କୋରାନା ପଜେଟିଭ ଚିହ୍ନଟ ପରେ ସଂପୃକ୍ତ ଆରଡ଼ି ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ କରିବା ସହ ଆଖଣ୍ଡଳମଣି ପୀଠକୁ କଣ୍ଟେନ୍ଟମେଣ୍ଟ ଜୋନ କରାଯାଇଛି । ଏହି ସମୟରେ ଆରଡ଼ି ପୀଠକୁ ବିଶୋଧିକରଣ କରିବା ପାଇଁ ସ୍ଥାନୀୟ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ବନ୍ଧୁମାନେ ଆଗେଇ ଆସିଛନ୍ତି ।

ପ୍ରଗତି ଯୁବକ ସଂଘର ସ୍ଥାନୀୟ ସ୍ୱେଚ୍ଛାସେବୀ ସଦସ୍ୟ ବନ୍ଧୁମାନେ ଆରଡ଼ିର ବିଭିନ୍ନ ସାହି, ମନ୍ଦିର ଚାରିପାଖ, ସ୍ୱାସ୍ଥ୍ୟକେନ୍ଦ୍ର, ଫାଣ୍ଡି, ବ୍ୟାଙ୍କ ସମେତ ବଜାରରେ ଥିବା ପ୍ରାୟ ସମସ୍ତ ଦୋକାନକୁ ବିଶୋଧିକରଣ କରିଛନ୍ତି । ପ୍ରଗତି ଯୁବକ ସଂଘ ଦ୍ୱାରା ଆରଡ଼ି ଅଞ୍ଚଳରେ କରାଯାଇଥିବା ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

10 − 9 =

error: Content is protected !!
Open chat