ଆସନ୍ତା ୩୦ ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେବ ସବୁ ବିଧାୟକଙ୍କର କୋଭିଡ ପରୀକ୍ଷା ! !

0 430
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆସନ୍ତା ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ତେବେ ଏ ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।

ଏହି ବୈଠକରେ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ ଏବଂ ବିଏମସି କମିଶନର ଉପସ୍ଥିତ ରହିଛନ୍ତି । କେଉଁ ଢ଼ାଞ୍ଚାରେ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ଜଣକ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ଆକ୍ରାନ୍ତ ହେଉଛନ୍ତି । ତେଣୁ ଅଧିବେଶନ ପୂର୍ବରୁ ସମସ୍ତଙ୍କର ପରୀକ୍ଷା କରିବାକୁ ବିଚାର ବିମର୍ଷ ଚାଲିଛି ।

Leave A Reply

Your email address will not be published.

1 + 12 =

error: Content is protected !!
Open chat