ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୮୫ ପ୍ରତିଶତ ଅଂଚଳ ବନ୍ୟା ଜଳରେ ବୁଡ଼ିଲା : ଶତାଧିକ ଜୀବଜନ୍ତୁଙ୍କ ମୃତ୍ଯୁ ଆଶଙ୍କା
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଗୌହାଟୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନର ୮୫ ପ୍ରତିଶତ ଅଂଚଳ ବନ୍ୟାପାଣିରେ ବୁଡ଼ିଯାଇଛି । ଅଳ୍ପ କିଛିଦିନ ମଧ୍ୟରେ କାଜିରଙ୍ଗାରେ ଦୁଇ ଦୁଇଥର ବନ୍ୟା ଆସିଛି । ଏହାଫଳରେ ଜୀବଜନ୍ତୁମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।
![](https://i0.wp.com/kalingajyoti.com/wp-content/uploads/2020/07/kaziranga-national-park-ap2-1595218820.jpg?resize=715%2C402&ssl=1)
ବନ୍ୟା କାରଣରୁ ବନ୍ୟ ଜୀବମାନେ ଉଚ୍ଚସ୍ଥାନ ଆଡ଼କୁ ପଳାୟନ କରୁଛନ୍ତି । କାଜିରଙ୍ଗା ଉଦ୍ୟାନ ପରିଚାଳକ କହିଛନ୍ତି ଯେ, ବନ୍ୟା କାରଣରୁ ବର୍ତମାନ ସୁଦ୍ଧା ୯ଟି ଗଣ୍ଡା ସମେତ ୧୦୮ଟି ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି । ଯଦିଓ ପରିସ୍ଥିତି ଧିରେ ଧିରେ ସୁଧାର ଦେଖାଦେଉଛି, ଏହାସତ୍ୱେ ବର୍ତମାନ ମଧ୍ୟ ସେଠାରେ ବନ୍ୟାପାଣି ଜମିରହିଛି ।
![](https://kalingajyoti.com/wp-content/uploads/2020/07/144463-ogeowiewjj-1594877705-1024x538.jpg)
ଉଦ୍ୟାନରେ ତିଆରି କରାଯାଇଥିବା ହାଇଲ୍ୟାଣ୍ଡରେ ଜୀବଜନ୍ତୁଙ୍କୁ ଆଶ୍ରୟ ପାଇଁ ନିଆଯାଇଛି । ସେଠାରେ ଥିବା ସାପମାନେ ଗଛରେ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ କିଛି ପଶୁ ଜାତୀୟ ରାଜପଥ ୩୭କୁ ପାର କରି କାର୍ଗି ପାହାଡ଼ ଆଡ଼କୁ ପଳାୟନ କରିବାର ଦେଖିବାକୁ ମିଳିଛି । ଜନବସତି ଅଂଚଳ ଆଡ଼କୁ ପଶୁମାନଙ୍କର ପଳାୟନ ହେବାଦ୍ୱାରା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।