ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୮୫ ପ୍ରତିଶତ ଅଂଚଳ ବନ୍ୟା ଜଳରେ ବୁଡ଼ିଲା : ଶତାଧିକ ଜୀବଜନ୍ତୁଙ୍କ ମୃତ୍ଯୁ ଆଶଙ୍କା

0 234
greentech

ଗୌହାଟୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନର ୮୫ ପ୍ରତିଶତ ଅଂଚଳ ବନ୍ୟାପାଣିରେ ବୁଡ଼ିଯାଇଛି । ଅଳ୍ପ କିଛିଦିନ ମଧ୍ୟରେ କାଜିରଙ୍ଗାରେ ଦୁଇ ଦୁଇଥର ବନ୍ୟା ଆସିଛି । ଏହାଫଳରେ ଜୀବଜନ୍ତୁମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

ବନ୍ୟା କାରଣରୁ ବନ୍ୟ ଜୀବମାନେ ଉଚ୍ଚସ୍ଥାନ ଆଡ଼କୁ ପଳାୟନ କରୁଛନ୍ତି । କାଜିରଙ୍ଗା ଉଦ୍ୟାନ ପରିଚାଳକ କହିଛନ୍ତି ଯେ, ବନ୍ୟା କାରଣରୁ ବର୍ତମାନ ସୁଦ୍ଧା ୯ଟି ଗଣ୍ଡା ସମେତ ୧୦୮ଟି ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି । ଯଦିଓ ପରିସ୍ଥିତି ଧିରେ ଧିରେ ସୁଧାର ଦେଖାଦେଉଛି, ଏହାସତ୍ୱେ ବର୍ତମାନ ମଧ୍ୟ ସେଠାରେ ବନ୍ୟାପାଣି ଜମିରହିଛି ।

ଉଦ୍ୟାନରେ ତିଆରି କରାଯାଇଥିବା ହାଇଲ୍ୟାଣ୍ଡରେ ଜୀବଜନ୍ତୁଙ୍କୁ ଆଶ୍ରୟ ପାଇଁ ନିଆଯାଇଛି । ସେଠାରେ ଥିବା ସାପମାନେ ଗଛରେ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ କିଛି ପଶୁ ଜାତୀୟ ରାଜପଥ ୩୭କୁ ପାର କରି କାର୍ଗି ପାହାଡ଼ ଆଡ଼କୁ ପଳାୟନ କରିବାର ଦେଖିବାକୁ ମିଳିଛି । ଜନବସତି ଅଂଚଳ ଆଡ଼କୁ ପଶୁମାନଙ୍କର ପଳାୟନ ହେବାଦ୍ୱାରା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

Leave A Reply

Your email address will not be published.

3 × one =

error: Content is protected !!
Open chat