ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଙ୍କ ପ୍ରଭୁ ଶ୍ରୀରାମ ଅଭିଷେକ

0 423
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲଣ୍ଡନ୦୯/୦୮:: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ ଡ଼ିଜିଟାଲ ଛବି ପ୍ରଦର୍ଶିତ ହୋଇଛି । ଏବେ ଆଉ ଏକ ଖବର ଆସିଛି ଇଂଲଣ୍ଡରୁ । ଖୋଦ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରିଛନ୍ତି । ଭୂମି ପୂଜନ ଅବସରରେ ଜନସନ୍ ଶ୍ରୀରାମଙ୍କ ଅଭିଷେକ କରିଥିବାର ଏକ ଛବି ନିଜ ଟ୍ବିଟର ଆକାଉଣ୍ଟରେ ସ୍ଥାନ ଦେଇଛନ୍ତି ।

ଏଥିରେ ସେ ଭାରତୀୟ ସଂସ୍କୃତିର ଜ​ଣେ ବଡ଼ ପ୍ରଶଂସକ ବୋଲି ଉଲ୍ଲେଖ କରିବା ସହ ତାଙ୍କ ବାସଭବନରେ ଇଂଲଣ୍ଡର ଗୃହମନ୍ତ୍ରୀଙ୍କ ସହ ଅଭିଷେକ କରିଥିବା କହିଛନ୍ତି ।ମୁଁ ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପରିଦର୍ଶନ କରିବାକୁ ଚାହୁଁଛି |

ଯଦି ମୁଁ ଏଥିରେ 10k RT ପାଇବି ତେବେ ମୁଁ ନିଶ୍ଚିତ ଭାବେ ଆସନ୍ତା ମାସରେ ଭାରତ ଆସିବି |

Leave A Reply

Your email address will not be published.

4 × 2 =

error: Content is protected !!
Open chat