ଋଷିଆ ପ୍ରସ୍ତୁତ କଲା ଥରେ ଦିଆଯ଼ାଉଥିବା କରୋନା ଟିକା ‘ସ୍ପୁଟନିକ ଲାଇଟ୍’

0 378
greentech

ମସ୍କୋ : ଋଷିଆର ଗାମେଲିଆ ଲାବରେଟୋରୀଜ ପକ୍ଷରୁ ଏକ ସିଙ୍ଗଲ ଡୋଜ୍ (ଥରେ ଦିଆଯ଼ାଉଥିବା) କରୋନା ଟିକା ସ୍ପୁଟନିକ ଲାଇଟ୍ ପ୍ରସ୍ତୁତ କରାଯ଼ାଇଛି । ଏହି ଟିକାକୁ ଋଷିଆରେ ବ୍ୟବହାର ପାଇଁ ଅନୁମତି ଦିଆଯ଼ାଇଛି ।

ଗାମେଲିଆ ପକ୍ଷରୁ ଟ୍ବିଟ କରି କୁହାଯ଼ାଇଛି ଯ଼େ, ପ୍ରଥମ ଓ ଦ୍ବିତୀୟ ପର୍ୟ଼୍ୟାୟ ପରୀକ୍ଷଣରେ ଏହି ୮୦ ପ୍ରତିଶତ ପ୍ରଭାବି ଥିବା ଜଣାପଡ଼ିଛି । ଏପରିକି ଏବେ ବିଶ୍ବରେ ପ୍ରଚଳିତ କରୋନାର ସବୁ ଷ୍ଟ୍ରେନ ପାଇଁ ଏହା ପ୍ରଭାବି ଥିବା ପ୍ରମାଣିତ ହୋଇଛି । ପୁଣି ଏହି ଟିକାର ସେପରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଥିବା ଜଣାପଡ଼ିନାହିଁ । ଏହି ଟିକା ଦିଆଯ଼ାଇଥିବା ପ୍ରାଯ ୯୬ ପ୍ରତିଶତ ଲୋକଙ୍କ ଶରୀରରେ ଏହା ଆଣ୍ଟିବଡ଼ି ସୃଷ୍ଟି କରିପାରିଥିଲା । ଏହାର ମୂଲ୍ୟ ଏବେ ୧୦ ଡଲାରରୁ କମ ରଖାଯ଼ାଇଛି । ପୁଣି ଏହାର ପରିବହନ ଓ ରକ୍ଷଣାବେକ୍ଷଣ ପାଇଁ ସେପରି କୌଣସି ବିଶେଷ ପ୍ରକାରର ଭିତ୍ତିଭୂମିର ଆବଶ୍ୟକତା ପଡ଼େ ନାହିଁ । ଏହି ଟିକା ଆସିବା ପରେ ଦ୍ରୁତ ଗତିରେ ଲୋକମାନଙ୍କୁ ଟିକା ଦେଇହେବ, ଫଳରେ କରୋନାର ବର୍ତ୍ତମାନ ଚାଲିଥିବା ୨ୟ ଲହର ମୁକାବିଲା ଦିଗରେ ଏହା ଉପଯ଼ୋଗୀ ସାବ୍ୟସ୍ତ ହୋଇପାରିବ ।
ସୂଚନାଯ଼ୋଗ୍ୟ ଯ଼େ, ଭାରତରେ ସ୍ପୁଟନିକ-ଭି ଟିକାକୁ ପୂର୍ବରୁ ଅନୁମତି ଦିଆଯ଼ାଇଛି ।

Leave A Reply

Your email address will not be published.

2 × 3 =

error: Content is protected !!
Open chat