![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୯/୦୮: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ୩୦ରୁ ଅଧିକ ଶଯ୍ୟା ରହିଥିବା ଘରୋଇ ହସ୍ପିଟାଲ୍ମାନେ ଏଣିକି ନିଜର ୧୦ ପ୍ରତିଶତ ଶଯ୍ୟା କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବେ।
![](https://i0.wp.com/kalingajyoti.com/wp-content/uploads/2020/08/odisha-govt_POHOHSA_202008.jpg?resize=214%2C161&ssl=1)
![](https://kalingajyoti.com/wp-content/uploads/2020/08/images-3-9.jpg)
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ହସ୍ପିଟାଲ୍ଗୁଡ଼ିକ କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବେ ଏବଂ ଏ ସଂପର୍କିତ ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିବେ। ଘରୋଇ ହସ୍ପିଟାଲ୍ଗୁଡ଼ିକ ରୋଗୀଙ୍କଠାରୁ ଅଧିକ ଅର୍ଥ ଦାବି କରିପାରିବେ ନାହିଁ ଓ ମାତ୍ରାଧିକ ଚିକିତ୍ସା ଖର୍ଚ୍ଚ ଦାବି କରୁଥିବା ଘରୋଇ ହସ୍ପିଟାଲ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।