ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ

0 408
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୮: ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା ଜଜ୍‌ମାନଙ୍କୁ ଚିଠି ଲେଖାଯାଇଛି।


ଏଥିରେ କେନ୍ଦୁଝର ଜିଲାର ତେଲକୋଇ, ହାଟଡିହି, ବଡ଼ବିଲ, ଘଟଗାଁ ଓ ହରିଚନ୍ଦନପୁର, ସୁନ୍ଦରଗଡ଼ ଜିଲାର କୋଇଡା, ବୀରମିତ୍ରପୁର, ଲହୁଣୀପଡ଼ା, ବଡ଼ଗାଁ, ଲେଫ୍ରିପଡ଼ା ଓ ହେମଗିରିରେ କୋର୍ଟ ଖୋଲାଯିବ। ସେହିଭଳି ଭଦ୍ରକ ଜିଲାର ବନ୍ତ, କୋରାପୁଟର ନନ୍ଦପୁର, ନାରାୟଣପାଟଣା, ବୈପାରିଗୁଡ଼ା, ପୁରୀ ଜିଲାର କୃଷ୍ଣପ୍ରସାଦ, କାକଟପୁର, କଣାସ ଓ ଅସ୍ତରଙ୍ଗ, ରାୟଗଡ଼ା ଜିଲାର ଚନ୍ଦ୍ରପୁର, ମୁନିଗୁଡ଼ା, ପଦ୍ମପୁର, ମାଲକାନଗିରି ଜିଲାର ମାଥିଲି, କୁଡୁମୁଲୁଗୁମ୍ମା, ବାଲେଶ୍ୱର ଜିଲାର ଔପଦା ଓ ଖଇରା, ନୟାଗଡ଼ ଜିଲାର ଗଣିଆ, ଗଞ୍ଜାମ ଜିଲାର ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଓ ପୋଲସରା, ଯାଜପୁର ଜିଲାର ବରିପାଳ, ବିଞ୍ଝାରପୁର ଓ ସୁକିନ୍ଦା, ବରଗଡ଼ ଜିଲାର ଗାଇସିଲଟ, ପାଇକମାଳ ଓ ବିଜେପୁରରେ କୋର୍ଟ ଖୋଲାଯିବ।

ଝାରସୁଗୁଡ଼ା ଜିଲାର ଲକ୍ଷ୍ମଣପୁର, ଲଇକେରା ଓ କିରିମିରା, କଳାହାଣ୍ଡି ଜିଲାର ଗୋଲମୁଣ୍ଡା, ଥୁଆମୂଳ ରାମପୁର, କାରିଆମୁଣ୍ଡା ଓ ଲାଞ୍ଜିଗଡ଼, କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ, ରାଇକିଆ ଓ ଚକାପାଦ, ଖୋର୍ଦ୍ଧା ଜିଲାର ବେଗୁନିଆ, ବାଲିଅନ୍ତା, ବୋଲଗଡ଼, ବାଲିପାଟଣା ଓ ଚିଲିକା, ଅନୁଗୋଳ ଜିଲାର ବଅଁରପାଳ ଓ କିଶୋରନଗରରେ କୋର୍ଟ ଖୋଲିବ। ସେହିପରି ମୟୂରଭଞ୍ଜ ଜିଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମଣ୍ଡା, କଟକ ଜିଲାର ନିଶ୍ଚିନ୍ତକୋଇଲି, ଡମପଡ଼ା ଓ ମାହାଙ୍ଗା, ବଲାଙ୍ଗୀର ଜିଲାର ବଙ୍ଗମୁଣ୍ଡା, ଜଗତ୍‌ସିଂହପୁର ଜିଲାର ଏରସମା, ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା, ଝରିଗାଁ, କେନ୍ଦ୍ରାପଡ଼ା ଜିଲାର ରାଜକନିକା, ସମ୍ବଲପୁର ଜିଲାର ରେଙ୍ଗାଲିରେ ଏହି କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋର୍ଟ ଖୋଲିବା ପାଇଁ ବର୍ତ୍ତମାନ ଉପଲବ୍ଧ ଭିତ୍ତିଭୂମି, କୋର୍ଟ ହଲ୍‌, ଡାଏସ୍‌, କାଠଗଡ଼ା, କାର୍ଯ୍ୟାଳୟ ଓ ପ୍ରିଜାଇଡିଂ ଅଫିସର୍‌ଙ୍କ ଚାମ୍ବର୍‌ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲା ଜଜ୍‌ମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.

3 × 5 =

error: Content is protected !!
Open chat